ଉଡ଼ାଣ ଭରିବା ମାତ୍ରେ ଜଳିଉଠିଲା ବିମାନର ଇଞ୍ଜିନ୍

0

ଓଡ଼ିଆ ନ୍ୟୁଜ୍: ନେପାଳର ରାଜଧାନୀ କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ବିମାନର ଦକ୍ଷୀଣ ପାର୍ଶ୍ବ ଇଞ୍ଜିନରେ ନିଆଁ ଲାଗିଥିବା ନେଇ ଆଶଙ୍କା କରି ପାଇଲଟ୍ ବିମାନକୁ କୋଲକାତା ଅଭିମୁଖେ ଆଣିଥିଲେ । ବିମାନରେ ଥିବା ସମସ୍ତ ୨୩୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନକୁ ବର୍ତ୍ତମାନ ଯାଞ୍ଚ ପାଇଁ କୋଲକାତା ବିମାନବନ୍ଦରରେ ରଖାଯାଇଛି।

ତୁର୍କୀସ୍ ଏୟାରଲାଇନ୍ସ ‘ଟିଏଚଓ୍ବାଇ-୭୨୭’ ଆଜି ଦିନ ୧:୨୮ ରେ କାଠମାଣ୍ଡୁରୁ ଉଡ଼ାଣ ଭରଥିଲା। ୪ ମିନିଟ୍ ପରେ, ପାଇଲଟ୍ ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିଥିଲେ। ପାଇଲଟ୍ ତା’ପରେ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ।

Leave A Reply

Your email address will not be published.