କୋରାପୁଟ ଜିଲ୍ଲା ନକ୍ସଲ ମୁକ୍ତ: ଡିଆଇଜି

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ନକ୍ସଲ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା।ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା।ମହିଳା ନକ୍ସଲ ମମତା ପୋଡ଼ିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା। ରାଇଫଲ୍, ମାଗାଜିନ୍ ଓ ୧୦ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ମମତା।

ସେହିପରି ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଏସିଏମ ରାଙ୍କର କ୍ୟାଡର ମମତା ପଡିଆମୀ ଆତ୍ମସମର୍ପଣ କରିଛନ୍ତି। ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ତାଙ୍କ ଠାରୁ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଡ଼ିଆଇଜି କହିଛନ୍ତି।

Leave A Reply

Your email address will not be published.