ଓଡ଼ିଆ ନ୍ୟୁଜ୍: ଭାଗଚାଷୀଙ୍କ ପାଇଁ ନୂଆ ଆଇନ ଆଣିପାରନ୍ତି ସରକାର। ଏନେଇ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଲେ ମୁଖ୍ୟମନ୍ତ୍ରୀ। ଏହା ହୋଇପାରିଲେ ଭାଗଚାଷୀମାନେ ସରକାରୀ ସୁବିଧା ପାଇ ପାରିବେ।ବାହାର ରାଜ୍ୟର ଆଇନକୁ ଅନୁଧ୍ୟାନ କରାଯାଉଛି କହିଲେ ରାଜସ୍ବ ମନ୍ତ୍ରୀ।
ସେହିପରି ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ବାହାର ରାଜ୍ୟର ଆଇନକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।