ଏଣିକି ହାତ ପାଆନ୍ତାରେ ମିଳିବ ରାଜସ୍ବ ସେବା

0

ଓଡ଼ିଆ ନ୍ୟୁଜ୍: ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି।ଘରେ ବସି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା। ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।ଲୋକସେବା ଭବନରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ଏଣିକି ସିଧାସଳଖ ଗୋଟିଏ କ୍ଲିକରେ ମିଳିବ ସମସ୍ତ ରାଜସ୍ବ ସେବା। ଆଉ ବାରମ୍ବାର ତହସିଲକୁ ଦୌଡ଼ିବାକୁ ପଡ଼ିବ ନାହିଁ। 9437292000 ହ୍ବାଟ୍ସଆପ୍‌ ନଂରେ ରାଜସ୍ବ ସେବା ପାଇହେବ। ୫୭ ଟି ଉପ ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଏହି ନମ୍ବରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡିକ ସହ ୧୭୦ରୁ ଉର୍ଦ୍ଧ୍ବ ଜରୁରୀ ସରକାରୀ ସେବା ମିଳିବ । ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.