ଓଡ଼ିଆ ନ୍ୟୁଜ୍: କୃଷକଙ୍କୁ ନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍ଙ୍କ ବୈଠକ । ପ୍ରଥମେ ଯୁବକ ପରେ ମହିଳା ଏବେ ଚାଷୀଙ୍କୁ ନେଇ ବୈଠକ କରିଛନ୍ତି ମହମ୍ମଦ ମୋକିମ୍ । ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ଚାଷୀଙ୍କୁ ନେଇ ହୋଇଛି ବୈଠକ ।ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏହି ଅବସରରେ ଆଲୋଚନା ହୋଇଛି ।
ନୂଆ ଦଳ ପୂର୍ବରୁ ଦଳକୁ ଅଧିକ ମଜବୁତ କରିବାକୁ ରାଜ୍ୟର ବିଭିନ୍ନ ବର୍ଗ ସହ ଆଲୋଚନ କରୁଛନ୍ତି ମୋକିମ୍ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୋକିମ୍ କହିଛନ୍ତି ରାଜ୍ୟର ବିଭିନ୍ନ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ମାର୍ଚ୍ଚ ମାସ ଶେଷରେ ନୂଆ ଦଳ ରାଜ୍ୟବାସୀଙ୍କ ସାମ୍ନାକୁ ଆସିବ । ନୂଆ NSC ସହ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଲଢ଼ିବ ମୋକିମ୍ଙ୍କ ନୂଆ ଦଳ ।