ମାଓନେତା ନିଖିଲ୍‌ର ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାର ଟପ୍‌ ମାଓନେତା ନିଖିଲ୍‌ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ। ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ନିଖିଲ୍‌ର ଆତ୍ମସମର୍ପଣ।ରାୟଗଡ଼ା ପୋଲିସ ନିକଟରେ ମୋଟ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ।୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର। ମାଓବାଦୀ ନିଖିଳ ଓ ତାଙ୍କ ଆତ୍ମଙ୍କ ସମର୍ପଣ ପରେ ୧୫ ଜଣ ଆତ୍ମ ସମର୍ପଣ କରିଛନ୍ତି । ଏମାନେ ରାଜ୍ୟ କମିଟି ସଦସ୍ୟ ଥିଲେ । ନିଖିଳ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବାବେଳେ ଅଙ୍କିତାର ଘର କଟକ ଟାଙ୍ଗୀ ଅଞ୍ଚଳରେ ।

ଦୁଇ ଜଣଙ୍କ ନାମରେ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦୁଇ ଜଣ ଏକାଧିକ ମାଓ ହିଂସାରେ ସାମିଲ ଥିଲେ । କନ୍ଧମାଳ ଜିଲ୍ଲା ନିକଟବର୍ତ୍ତୀ ଅଞ୍ଚଳରେ ଏବେ ବି କିଛି ମାଓ ଗତିବିଧି ରହିଛି । ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି ।୨୦୨୫ରେ ମାଓ ଦମନରେ ଓଡ଼ିଶାକୁ ବଡ଼ ସଫଳତା ମିଳିଥିଲା । ୨୫ଜଣ ମାଓବାଦୀଙ୍କୁ ଦମନ କରାଯାଇଥିଲା । ଏଥିରୁ ଦୁଇ ଜଣ ଥିଲେ ସେଣ୍ଟ୍ରାଲ କମିଟି ମେମ୍ବର । ସେମାନଙ୍କୁ ବି ନିପାତ କରାଯାଇଥିଲା ।

Leave A Reply

Your email address will not be published.