ଓଡ଼ିଆ ନ୍ୟୁଜ୍: ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ୍: ଭାରତର ୪୧୧ ରନ୍ର ବଡ଼ ସ୍କୋର।ଇଂଲଣ୍ଡକୁ ୪୧୨ ରନ୍ର ବିଶାଳ ଟାର୍ଗେଟ ଦେଲା ଭାରତ।ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଭାରତ ୪୧୧/୯। ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ୧୭୫ ରନ୍ର ବିଶାଳ ଇନିଂସ। ୮୦ ବଲରୁ ୧୫ଟି ଲେଖାଏଁ ଛକା ଓ ଚୌକା ସହ ୧୭୫ ରନ୍। ଇଂଲଣ୍ଡ ପକ୍ଷରୁ ଜେମ୍ସ ମିଣ୍ଟୋଙ୍କୁ ୩, ମୋର୍ଗାନ ଓ ଗ୍ରୀନଙ୍କୁ ୨ ସଫଳତା।
ଭାରତୀୟ ଦଳ ଲଗାତାର ଷଷ୍ଠ ଥର ଏବଂ ମୋଟ ୧୦ ଥର ଫାଇନାଲ୍ ମ୍ୟାଚ୍ ଖେଳୁଛି। ଯାହା ଏକ ରେକର୍ଡ। ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଆରନ୍ ଜର୍ଜ ଇନିଂସ ଓପନ କରିଥିଲେ। ଏହି ଯୋଡ଼ି ବିଶେଷ କିଛି କରିପାରି ନଥିଲେ। ଦଳୀୟ ସ୍କୋର ୨୦ ବେଳେ ମାତ୍ର ୯ ବନାଇ ଆରୋନ ଜର୍ଜ ପଏଣ୍ଟରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ କ୍ୟାପ୍ଟେନ ଆୟୁଷ ମହାତ୍ରେ ବୈଭବଙ୍କ ସହିତ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ।
ବୈଭବ ସୂର୍ଯ୍ୟବଂଶୀ ନବମ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୮ ରନ୍ କରିବା ଫଳରେ ଭାରତ ମାତ୍ର ୧୪ ଓଭରରେ ୧୦୦ ପୂରା କରିଥିଲା। ପୁଣି ୧୭ ତମ ଓଭରରେ ଫରହାନ ଅହମଦଙ୍କ ଓଭରରେ ବୈଭବ ୨୨ ରନ୍ର ଧୂଆଁଦାର ବ୍ୟାଟିଂ କରିଥିଲେ। ଅର୍ଦ୍ଧଶତକ ପୂରା କରିବା ପରେ ବୈଭବ ଦୁର୍ଦ୍ଦଶ ବ୍ୟାଟିଂ ଜାରି ରଖିଥିବା ବେଳେ ୧୯ ଓଭର ବେଳେ ଆୟୁଷ ମାହାତ୍ରେଙ୍କ ୱିକେଟ୍ ଯାଇଥିଲା। ସେ ୫୦ ବଲ୍ରେ ୫୩ ରନ୍ କରି ଏଲେକ୍ସ ଗ୍ରୀନଙ୍କ ଶିକାର ହୋଇଥିଲେ।