ସଚିବଙ୍କ ଠାରୁ ହିସାବ କିତାବ ନେବେ ସିଏମ୍

0

ଓଡ଼ିଆ ନ୍ୟୁଜ୍: ବଜେଟ୍ ପ୍ରସ୍ତୁତ କରିବା ପାଇଁ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାବାସୀଙ୍କ ପାଇଁ ନୂଆ ନୂଆ ସ୍କୀମ ଆଣିବା ସହ ଚାଲିଥିବା ଲୋକାଭିମୁଖୀ ଯୋଜନା ପାଇଁ ଚାଲିଛି ଚାଲିଛି ମାନସ ମନ୍ଥନ। ଆଜି ସେଥିପାଇଁ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ଯାହାର ଅଧ୍ୟକ୍ଷତା କରିବେ ଶିଏମ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ବିଭାଗୀୟ ସଚିବ ମାନେ ଉପସ୍ଥିତ ରହିବେ । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସଚିବ ମାନଙ୍କ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗ ଗୁଡିକୁ ଦିଆ ଯାଇଥିବା ଅର୍ଥ କେତେ ପରିମାଣରେ ଖର୍ଚ୍ଚ ହୋଇ ପାରିଛି ତାର ପୁରା ରିପୋର୍ଟ ନେବେ। ତା ସହ ସରକାର ଲୋକଙ୍କୁ ଦେଇ ଆସିଥିବା ପ୍ରତିଶ୍ରୁତି କେତେ ରକ୍ଷା କରା ଯାଇପାରିଛି ଆଉ କଣ ବାକି ରହିଛି ତା ଉପରେ ଆଲୋଚନା କରି ପାରନ୍ତି ସିଏମ । ଏବଂ ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆସନ୍ତା ୨୦ରେ ସରକାର ଆଣିବାକୁ ଯାଇଥିବା ବଜେଟର ରୂପରେଖ କଣ ରହିବ ଆଉ କେଉଁ ବିଭାଗର କଣ ନୂଆ ସ୍କିମ୍ ଅଣା ଯାଇ ପାରିବ ତାହା ଉପରେ ବିସ୍ତୃତ ଆଲୋଚନା ବୈଠକରେ ହେବାକୁ ଯାଉଛି ।

ଯାହାକୁ ଦୃଷ୍ଟିରେ ରଖି ଗତ ୫ତାରିଖରେ ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ମତ ନେବା ସାଙ୍ଗକୁ ପୂର୍ବତନ ଅର୍ଥ ମନ୍ତ୍ରୀ ଓ ସଚିବ ଏବଂ ଅର୍ଥ ବିଶେଷଜ୍ଞ ମାନଙ୍କ ଠାରୁ ବଜେଟ୍ ପାଇଁ ପରାମର୍ଶ ନେଇଛନ୍ତି । ସେପଟେ ଗଲା କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବ ମାନଂକୁ ନେଇ ବଜେଟ୍ ଖର୍ଚ୍ଚ ବାବଦରେ ଆଲୋଚନା କରିବା ସହ ଖର୍ଚ୍ଚରେ ବୃଦ୍ଧି ଆଣିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.