ମାର୍ଚ୍ଚ ୧୪ରେ ମହାନଦୀ ଜଳ ବିବାଦ ଶୁଣାଣି

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି।ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି।

୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟ୍ରିବ୍ୟୁନାଲ୍ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା।ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି କହିଲେ AG ପୀତାମ୍ୱର ଆଚାର୍ଯ୍ୟ। ଅନ୍ୟପଟେ ଶନିବାର ହୋଇଥିବା ଶୁଣାଣିରେ ଓଡ଼ିଶାର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ମଧ୍ୟ ଉପସ୍ଥିତ ହୋଇଥିବା ସୂଚନା ମିଳିଛି । ଯଦି ଶୁଣାଣି ସମୟରେ ପକ୍ଷ ରଖିବାକୁ ଓଡ଼ିଶା ହାଜର ହେଉନାହିଁ । ତେବେ ସମସ୍ୟାର ସମାଧାନ ହେବ କେମିତି ।

Leave A Reply

Your email address will not be published.