କୋଟିଏ ଟଙ୍କାର ଅଫିମ ନଷ୍ଟ

0

ଓଡ଼ିଆ ନ୍ୟୁଜ୍: କୋଇଡ଼ାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ନଷ୍ଟ,୨ ଅଟକ।ରାଉରକେଲା ଏସପି ନିତେଶ ଓ୍ବାଧଓ୍ବାନିଙ୍କ ସୂଚନା।୯ ଏକର ଜମିରେ ଚାଷ ହୋଇଥିବା ଅଫିମ ନଷ୍ଟ।ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ। କୋଇଡ଼ା ଥାନା ଅନ୍ତର୍ଗତ ଗତ ପୁଣ୍ଢି ପୋଖରୀ ଜଙ୍ଗଲ ଅଞ୍ଚଳରେ ଗଛ କାଟି ପ୍ରାୟ ୫ ଏକର ଜମିରେ ଅଫିମ ଚାଷ କରାଯାଇଥିଲା। ଯାହାକି ଗଛଗୁଡ଼ିକ ବଡ଼ ହୋଇ ଫୁଲ ମଧ୍ୟ ଆସି ଯାଇଥିଲା।

କୌଣସି ସୂତ୍ରରୁ ରାଉରକେଲା ଏସ୍‌ପି ନିତେଶ ଓ୍ବାଧଓ୍ବାନୀଙ୍କ ନିର୍ଦ୍ଦେଶ କ୍ରମେ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ , କେ ବଲାଙ୍ଗ ଥାନା ଅଧିକାରୀ ଅଶୋକ ବେହେରା ଏବଂ ଅବକାରୀ ବିଭାଗ ମିଳିତରେ ଆଜି ଅଫିମ ଚାଷ ଉପରେ ଚଢ଼ାଉ କରିଥିଲେ। ଏହି ଚାଷ ପଛରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଚେର ଲମ୍ବି ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ବୋଲି ପୋଲିସ ପ୍ରକାଶ କରିଛି। ଦୁଇ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.