ଅଫିମ ଚଢ଼ାଉ ମାମଲା, ମେଡିକାଲରୁ ଅଭିଯୁକ୍ତ ଫେରାର

0

ଓଡ଼ିଆ ନ୍ୟୁଜ୍: ଅଫିମ ଚଢ଼ାଉ ମାମଲାରେ ଗିରଫ କରିଥିଲା ପୋଲିସ। ମେଡିକାଲ ଯାଇଥିବା ବେଳେ ଅଭିଯୁକ୍ତ ଫେରାର।ଗତକାଲି ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଥିଲା ପୋଲିସ। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ।କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷ କରାଯାଇଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଫିମ ଚାଷ ନଷ୍ଟ କରିଛି ପୋଲିସ ।

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ମାମଲାରେ ଝାଡ଼ଖଣ୍ଡ ଅଞ୍ଚଳର ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ଏମାନଙ୍କ ଲିଙ୍କ ଅଛି କି ନାହିଁ ତଦନ୍ତ କରୁଛି ପୋଲିସ୍ । ପୂର୍ବରୁ ବଣାଇ ଏରିଆ ରେ ମଧ୍ୟ ବେଆଇନ୍ ଗଞ୍ଜେଇ ଚାଷ କୁ ପୋଲିସ୍ ଏବଂ ଅବକାରୀ ବିଭାଗ ନଷ୍ଟ କରି ଦେଇଥିଲେ ।

Leave A Reply

Your email address will not be published.