ଓଡ଼ିଆ ନ୍ୟୁଜ୍: ବରଡ଼ୋଳ ବସ୍ତା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ।ନିଆଁକୁ ଆୟତ୍ତ କରିବାକୁ ନାକେଦମ ଅଗ୍ନିଶମ ବାହିନୀ। ଧୂଆଁମୟ ସମଗ୍ର ପରିବେଶ, ୫ ଅଗ୍ନିଶମ ଗାଡ଼ି ମୁତୟନ।
ସୂଚନା ଅନୁଯାୟୀ ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ସାରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି। କିଭଳି ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ଜଣାପଡି ନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।