ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା: ଏସିପି

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର। ବର୍ତ୍ତମାନ ସୁଦ୍ଧା ଦିନେଶ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ଗିରଫ।ଦିନେଶକୁ ନେଇ ଆମେ କ୍ରାଇମସିନ୍‌ ରିକ୍ରିଏସନ କରିବୁ।ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ, ତାଙ୍କର ହତ୍ୟାରେ ସମ୍ପୃକ୍ତି ନାହିଁ।ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି।ଗୋଟିଏ ରୁମ୍‌ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ। ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ। ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍‌ ଇନ୍‌ରେ ରହୁଥିଲେ।

ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ।ଘଟଣା ଦିନ ଲିଜା ଦିନେଶଙ୍କ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରିଥିଲେ। ଏହାପରେ ଦିନେଶ ସିଧା ଲିଜାଙ୍କୁ ରୁମ୍‌କୁ ଆସି ଦେଖିବା ପରେ ହତ୍ୟାକାଣ୍ଡ କରିଥିଲା।ସତ୍ୟବ୍ରତ ଯେଉଁ କାର୍‌ ଚଳାଉଥିଲେ ତାହାକୁ ମାଲିକ ନେଲା ବେଳେ ଦୁର୍ଘଟଣା ଘଟିଛି।କାୃର୍ ମାଲିକ ଯେଉଁ ଡ୍ରାଇଭରଙ୍କୁ ଦେଇଥିଲେ ସେ ମଦ ପିଇ ଦୁର୍ଘଟଣା କଲେ।

Leave A Reply

Your email address will not be published.