ଓଡ଼ିଆ ନ୍ୟୁଜ୍: ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ।ଭୁବନେଶ୍ବରର ଏକ ଘରୋଇ ହୋଟେଲ୍ରେ ଆଲୋଚନା ପରେ ସମାଧାନ।ଉତ୍ସାହିତ ଅଛି, ଆଜି ମଞ୍ଚ ଚଢ଼ିବି କହିଲେ ଅଭିନେତା ସାଇ। ସାଇର ଦେହ ଭଲ ନଥିଲା, ଆଜିଠୁ ତୁଳସୀରେ ଅଭିନୟ କରିବ କହିଲେ ନାଣ୍ଡୁ।ସାଇ ଆଜିଠୁ ତୁଳସୀରେ ଅଭିନୟ କରିବ, ସବୁ ସମାଧାନ ହୋଇଛି କହିଲେ ନାଣ୍ଡୁ।ଆଲୋଚନା ବେଳେ ସାଇଙ୍କ ବାପା ମାଆ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ଖଣ୍ଡଗିରିରେ ଯାତ୍ରା ସମୟରେ ନାଣ୍ଡୁବାବୁ ଏବଂ ଯାତ୍ରା ଅଭିନେତା ସାଇଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଖଣ୍ଡଗିରି ଯାତ୍ରାରେ ନାଟକ ପରିବେଷଣ ସମୟରେ ତୁଳସୀ ଗଣନାଟ୍ୟର ଅଭିନେତା ସାଇ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ହେଲେ ସମୟ ଗଡ଼ିବା ସହ ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ଅଭିନେତା ସାଇଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ଜୀବନ ପ୍ରତି ବିପଦ ରହିଛି। ଏହା ସହ ସାଇ ଆଉ ମଞ୍ଚକୁ ଚଢ଼ିନଥିଲେ। ଏମିତିକି ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ ଅଭିନୟ କରିନଥିଲେ । ଯାହା ଯାତ୍ରା ପ୍ରେମୀଙ୍କୁ ନିରାଶ କରିଥିଲା।
ଅନ୍ୟପଟେ ଅଭିନେତା ସାଇଙ୍କ ଅସୁସ୍ଥତା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ । ନାଣ୍ଡୁ ବାବୁ କହିଥିଲେ ଟଙ୍କା ନେଇଛନ୍ତି ମାନେ ଯାତ୍ରାରେ ଅଭିନୟ କରିବାକୁ ଅଭିନେତା ସାଇ ବାଧ୍ୟ । ନହେଲେ ସେମାନଙ୍କ ବିରୋଧରେ କେସ୍ କରାଯିବ। ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ସେ ବାଧ୍ୟ ହେବେ।