ଓଡ଼ିଆ ନ୍ୟୁଜ୍: ଆଜି ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା । ବଜାର, ଯାନବାହନ, ସ୍କୁଲ, କଲେଜ ବନ୍ଦ ଡାକରା । କେତେକ ଘରୋଇ ସ୍କୁଲରେ ସ୍ଥଗିତ ରହିଲା ପରୀକ୍ଷା । ବନ୍ଦ ପ୍ରଭାବରେ ବନ୍ଦ ରହିପାରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ । ଖୋଲିବ ସରକାରୀ ଅଫିସ, ଚାଲିବ ଅତ୍ୟାବଶ୍ୟକ ସେବା । ବନ୍ଦକୁ କଂଗ୍ରେସ, ବାମଦଳ, ବିଜେଡିର ସମର୍ଥନ । ବ୍ୟାଙ୍କ, ବୀମା, ପୋଷ୍ଟାଲ ଅଫିସ ବନ୍ଦ ।
ଶ୍ରମିକ ସଂଗଠନ, ବାମପନ୍ଥୀ ଦଳର ଡାକରା । ଓ ୫ଟି ବାମପନ୍ଥୀ ଦଳ। ବ୍ୟାଙ୍କ, ବିଜୁ ଶ୍ରମିକ ସାମ୍ମୁଖ୍ୟ, କଂଗ୍ରେସର ସମର୍ଥନ । ବୀମା, ପୋଷ୍ଟାଲ, ପରିବହନ ଓ ନିର୍ମାଣ କର୍ମଚାରୀ ଧର୍ମଘଟରେ ସାମିଲ ହେବେ । ଖଣି ଓ ଶିଳ୍ପାଞ୍ଚଳରେ କାମ ବନ୍ଦ କରିବେ ଶ୍ରମିକ ହାଟବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିବ । ଏହି ସର୍ବ ଭାରତୀୟ ଧର୍ମଘଟକୁ ୫ ବାମପନ୍ଥୀ ଦଳ ଓ ୧୪ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ବାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ପରିଚାଳନା କରିବ।