ଓଡ଼ିଆ ନ୍ୟୁଜ୍: ୨୦୨୩ ଭୀମପୁରାରେ ଏସିଡ୍ ପକାଇ ଯୁବତୀଙ୍କୁ ହତ୍ୟା ମାମଲା।ଦୋଷୀ ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ।ସ୍ବତନ୍ତ୍ର ଏସ୍ସି ଏସ୍ଟି କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ।ଏସିଡ୍ ମାଡ଼ର ୬ ଦିନ ପରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ (ଏସ ସି , ଏସ ଟି) ଅବଦୁଲ୍ ସମିମ୍ ଅଖତର । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ତାର ଦ୍ଵିତୀୟ ସ୍ତ୍ରୀ ବନିତା ସିଂ ଙ୍କୁ ଏସିଡ ଆକ୍ରମଣ କରି ଫେରାର ହୋଇଯାଇଥିଲା ।
ସେତେବେଳେ ଏହି ଘଟଣାରେ ବାଲେଶ୍ଵର ପୁଲିସ ଏସିଡ ଆକ୍ରମଣ ଘଟଣାର ସଂପୃକ୍ତ ୭ ଜଣକୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବାଲେଶ୍ଵର ପୋଲିସ ୫ ଟି ଟିମ୍ ଗଠନ କରିଥିଲା । କଲିକତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସ ସହାୟତାରେ ରାଜ୍ୟ ବାହାରୁ ଦୋଷୀ ଚନ୍ଦନକୁ ଗିରଫ କରିଥିଲା ବାଲେଶ୍ଵର ପୋଲିସର ସ୍ଵତନ୍ତ୍ର ଟିମ୍ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ।