ଓଡ଼ିଆ ନ୍ୟୁଜ୍: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର୍; ୪ ଆହତ। ବରଗଡ଼ ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଦୁର୍ଘଟଣା। ୪ ଆହତ ମେଡିକାଲରେ ଭର୍ତ୍ତି; ଡ୍ରାଇଭର ଥାନାରେ ଅଟକ।ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଅଭିଯୋଗ।
ସୂଚନା ଅନୁଯାୟୀ ଏକ ଟ୍ରଭେଲର ଭ୍ୟାନ୍ ଦ୍ରୁତ ଗତିରେ ମାଡ଼ିଆସିଥିଲା । ଏପିରିକି ଅଟୋକୁ ପିଟିଲା ଏବଂ ପରେ ଚା ଦୋକାନ ଭିତରକୁ ପଶିଗଲା ଟ୍ରାଭେଲର ଭ୍ୟାନ୍ । ରାସ୍ତାକଡ଼ ଦୋକାନରେ ଛିଡ଼ା ହୋଇଥିବା କିଛି ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ସେମାନେ ଆହତ ହୋଇଥିଲେ । ଏହାପରେ ଘଟଣାସ୍ଥୟଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।