ମହା ଶିବରାତ୍ରି ପାଇଁ ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ

0

ଓଡ଼ିଆ ନ୍ୟୁଜ୍: ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା; ୪୧ ପ୍ଲାଟୁନ ଫୋର୍ସ ମୁତୟନ।ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ଵ।ଶୃଙ୍ଖଳିତ ଟ୍ରାଫିକ୍ ପରିଚାଳନା ଲାଗି କଟକଣା ଜାରି। ଗାଡ଼ି ରଖିବା ଲାଗି ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ। ସେପଟେ ଲିଙ୍ଗରାଜ ମନ୍ଦିରରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି CP । ପୋଲିସ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରେଇବା ସହ ଭଲ ବ୍ୟବହାର କରିବେ ସେଥି ପ୍ରତି ଆମର ନଜର ରଖିବା ପାଇଁ ଅଧିକାରଙ୍କୁ ପରାମର୍ଶ ଦେଇଛନ୍ତି ।

କେଉଁ ଭଳି ଭାବେ ଭିଡ ନିୟନ୍ତ୍ରଣ କରିବେ ଓ କିଛି ଅଘଟଣାକୁ ଘଟିବା ପୂର୍ବରୁ ନଜର ରଖିବା ପାଇଁ କହିଛନ୍ତି।ସେବାୟତ ମାନଙ୍କ ପରିବାର VIP ଗେଟରେ ପ୍ରବେଶ କରି ଦର୍ଶନ କରିବେ । ସୁରକ୍ଷାରେ ୪୧ ପ୍ଲାଟୁନ ପୋଲିସ୍ ଫୋର୍ସ,୩ ଜଣ ଡିସିପି, ଅତିରିକ୍ତ ସିପି ଓ ଅତିରିକ୍ତ ଡିସିପି ୪ ଜଣ, ଏସିପି& ଡିଏସପି ୧୬, ଇନ୍ସପେକ୍ଟର ଓ RI ୩୩,SI &ASI ୧୧୯ ସହ ସାଧା ପୋଷାକରେ ମଧ୍ଯ ପୋଲିସ୍ ଅଫିସର ମୁତୟନ ରହିବେ ।

Leave A Reply

Your email address will not be published.