ଆଜି ମହାଶିବରା଼ତ୍ରୀ, ଚଳଚଞ୍ଚଳ ବିଭିନ୍ନ ଶୈବପୀଠ

0

ଓଡ଼ିଆ ନ୍ୟୁଜ୍: ଆଜି ମହାଦେବଙ୍କ ଜାଗର ଯାତ୍ରା। ସମସ୍ତ ଶୈବ ପୀଠ ଚଳଚଞ୍ଚଳ, ଦର୍ଶନ ପାଇଁ ଗହଳି।ଶିବରାତ୍ରି ପାଇଁ ଭୁବନେଶ୍ବର ଏକାମ୍ର କ୍ଷେତ୍ର ବି ଚଳଚଞ୍ଚଳ।ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ।ବିଳମ୍ବିତ ରାତିରୁ ହୋଇଛି ମନ୍ଦିରର ଦ୍ବାରଫିଟା ନୀତି।ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପ୍ରଭୁଙ୍କ ପୂଜାର୍ଚ୍ଚନା। ଜପ, ତପ, ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ତଲ୍ଲୀନ ହେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଲୋକେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ । ପରେ ଦିନ ତମାମ ଆଡ଼କାଠ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । ଅପରାହ୍ଣ ୩ଟା ୪୫ ଏବଂ ରାତି ୧୦ଟାରେ ମହାଦୀପ ଉଠିବା ପରେ ମଧ୍ୟ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନ। ସେହିପରି ଚାରି ପ୍ରହର ପୂଜା, ହରିହର ଭେଟ ଏବଂ ବଡ଼ସିଂହାର ବେଶ ଓ ପହୁଡ଼ ଆଦି ନୀତି ସୋମବାର ଭୋର ସାଢ଼େ ୫ଟାରେ ବଢ଼ିବ । ଏଥର ମହାଦୀପ ଦର୍ଶନ ନିମନ୍ତେ ରାଜ୍ୟପାଳ ହରୀବାବୁ କୁମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ, ସାଂସଦ ଆଉ ବିଧାୟକ ଆସିବେ ।

Leave A Reply

Your email address will not be published.