ଓଡ଼ିଆ ନ୍ୟୁଜ୍: ୧୭ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଗ୍ରାଉଣ୍ଡରେ କେମିତି କରିବେ ସଂଗଠନ ସେନେଇ ଟ୍ରେନିଂ ନେବେ ନେତା ଓ କର୍ମୀ।ବିଧାୟକ, ନୂଆ କାର୍ଯ୍ୟକର୍ତ୍ତା ନେବେ ପ୍ରଶିକ୍ଷଣ କହିଲେ ରାଜ୍ୟ ସଭାପତି। ପ୍ରଥମେ ରାଜ୍ୟସ୍ତରୀୟ ଓ ପରେ ୨୫ରେ ଜୋନାଲସ୍ତରୀୟ ଟ୍ରେନିଂ ହେବ।ଜୋନାଲସ୍ତରୀୟ ଟ୍ରେନିଂରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯୋଗ ଦେବେ।ନିତିନ ନବୀନ ଓଡ଼ିଶା ଆସିବେ କିନ୍ତୁ ତାରିଖ ସ୍ଥିର ହୋଇନାହିଁ।
ପ୍ରଥମେ ରାଜ୍ୟ ଏବଂ ପରେ ଜିଲ୍ଲା ପରେ ୨୫ ତାରିଖରେ ଜୋନାଲ ସ୍ତରୀୟ ଶିବିର ଆୟୋଜନ କରାଯାଇଛି। ଝାଡ଼ଖଣ୍ଡ, ସିକ୍କିମ, ଆଣ୍ଡମାନ ସମେତ ପୂର୍ବାଞ୍ଚଳ ରାଜ୍ୟର ବିଜେପି ନେତା ଯୋଗ ଦେବେ। ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ସେ ରାଜ୍ୟର ପ୍ରତିନିଧି ଜୋନାଲ ପ୍ରଶିକ୍ଷଣ ଶିବିର ଯୋଗ ଦେବେ ନାହିଁ। ଜୋନାଲ ପ୍ରଶିକ୍ଷଣ ଶିବିରରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ। ନୀତିନ ନବୀନ ଖୁବଶୀଘ୍ର ଓଡ଼ିଶା ଆସିବେ।