JEE ମେନ୍‌ ରେଜଲ୍ଟ ପ୍ରକାଶ

0

ଓଡ଼ିଆ ନ୍ୟୁଜ୍: JEE (ମେନ୍‌) ୨୦୨୬ ସେସନ-୧ ରେଜଲ୍ଟ ପ୍ରକାଶ।ଭବେଶ ପାତ୍ର ଓଡ଼ିଶା ଟପ୍ପର।ଗତ ଜାନୁଆରୀ ୨୧, ୨୨, ୨୩, ୨୪ ଓ ୨୮ ପରୀକ୍ଷାର ରେଜଲ୍ଟ। ୧୩ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଦେଇଥିଲେ JEE (ମେନ୍‌)-୧। ୧୨ ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ୍‌ରେ ଉତ୍ତୀର୍ଣ୍ଣ।

ସୂଚନା ଅନୁଯାୟୀ JEE Main 2026 ସେଶନ ୧ରେ ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ । ରାଜସ୍ଥାନରେ ସର୍ବାଧିକ ଟପର୍ ଅଛନ୍ତି । ତେବେ ବଡ଼ କଥା ହେଉଛି ଚଳିତ ଥର ତାଲିକାରେ କୌଣସି ଝିଅ ନାହାନ୍ତି । ମହିଳା ଟପ୍ପରମାନଙ୍କ ମଧ୍ୟରେ ହରିୟାଣାର ଆଶି ଗ୍ରେୱାଲ ୯୯.୯୯୬୯୭୬୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.