ଟ୍ରେନରେ ସର୍ଟସର୍କିଟ ଯୋଗୁଁ ବଲାଙ୍ଗିର ସିଲେଟପଡା ଠାରେ ୩ ଘଣ୍ଟା ଅଟକିଲା ଟ୍ରେନ, ଅଘଟଣରୁ ବର୍ତ୍ତିଲେ ଯାତ୍ରୀ   

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟାସନ ନିକଟ ସିଲେଟପଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଟ୍ରେନ ରେ ସରସର୍କିଟ ଯୋଗୁଁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ଅବସ୍ଥାରେ ରହିଥିଲେ। ଟିଟିଲାଗଡ଼-ବଲାଙ୍ଗିର ପାଇଁ ଟ୍ରେନ ଚଳାଚଳ ବନ୍ଦ ହୋଇ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ, ଆଜି ଦିନ ୩ ଘଣ୍ଟା ମଧ୍ୟରେ ସଇଁନ୍ତଲା ଅଞ୍ଚଳରେ ଅଦିନିଆ ବର୍ଷା ହୋଇଥିଲା।ତେବେ ୩.୪୫ ରେ ଟ୍ରେନ ଟି ସିଲେଟପଡା ଅଭିମୁଖେ ପହଞ୍ଚି ଥିଲା।ଏକ ଓଭରବ୍ରିଜରେ ଟ୍ରେନ ଏକ ପାର୍ଟରେ ଜୋରରେ ଧକ୍କା ଲାଗି ଥିଲା ଯାହା ଫଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।ଯାତ୍ରୀ ମାନେ କହିବା ଅନୁଯାୟୀ, ଏକ ବିରାଟ ଶବ୍ଦ ଶୁଭିଥିଲା ଏବଂ ଅଘଟଣରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ବର୍ତ୍ତିଯାଇଥିବା ଯାତ୍ରୀ ମାନେ କହିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଟ୍ରେନଟି ଅଟକି ଥିବା ବେଳେ ଯାତ୍ରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇନଥିଲା ।ଏକ ପଟରେ ଟ୍ରେନ ଟି ଢଳି ପଡିଯାଇ ଥିବା ଅନୁମାନ କରାଯାଇଥିଲା।ଏଭଳି ଅଭାବନୀୟ ଘଟଣାରୁ ଯାତ୍ରୀ ମାନେ ବର୍ତ୍ତି ଯାଇଥିବା ବେଳେ ବିଳମ୍ବରେ ଟ୍ରେନ ଗଡି ଥିଲେ ମଧ୍ୟ ଯାତ୍ରୀ ମାନେ ସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ଏହି ଟ୍ରେନ ଟି ନାନଦେଡ-ସମ୍ବଲପୁର ଅଭିମୁଖେ ଯାତ୍ରା କରୁଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସଇଁନ୍ତଲା, ଟିଟିଲାଗଡ଼, ବଲାଙ୍ଗିର, ସମ୍ବଲପୁର ଟ୍ରେନ ଚଳାଚଳ ବନ୍ଦ ରହିଛି। ରେଲୁୱ ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.