ଚାଟ୍‌ ଖାଇ ୨୫ରୁ ଊର୍ଦ୍ଧ୍ୱ ଶିଶୁ ଆସୁସ୍ଥ

0

ଓଡ଼ିଆ ନ୍ୟୁଜ୍: ଚାଟ୍‌ ଖାଇ ୨୫ରୁ ଊର୍ଦ୍ଧ୍ୱ ଶିଶୁ ଆସୁସ୍ଥ।ସମସ୍ତ ପିଲା ସତ୍ୟବାଦୀ ବ୍ଲକ ସାରଙ୍ଗଯୋଡ଼ି ପଞ୍ଚାୟତ ଧୋଜାମୁଣ୍ଡାଇ ଗାଁର।ସମସ୍ତେ ସାକ୍ଷୀଗୋପାଳ ଓ ପୁରୀ ମେଡିକାଲ୍‌ରେ ଭର୍ତ୍ତି।ସମସ୍ତ ପିଲା ସୁସ୍ଥ ଅଛନ୍ତି କହିଲେ ସିଡିଏମ୍‌ଓ।

ସୂଚନା ଅନୁଯାୟୀ  ରବିବାର ଥିଲା ମହାଶିବରାତ୍ରୀ। ଏହି ଅବସରରେ ଅନୁଷ୍ଠିତ ହୋଇଥିଲା ଜାଗର ଯାତ୍ରା। ଯେଉଁଠି ଭଳିକି ଭଳି ଖାଦ୍ୟ ଷ୍ଟଲ୍ ର ପସରା ଲାଗିଥିଲା। ଆଉ ଏହି ମେଳାକୁ ଦେଖି କୁନି ପିଲାଙ୍କ ଖୁସି କହିଲେ ନସରେ। ସେଠାରେ ବିକ୍ରି ହୋଇଥିବା ଏକ ଚାଟ୍ ଷ୍ଟଲରୁ ଚାଟ୍ ଖାଇ ଥିଲେ ଅନେକ କୁନି କୁନି ପିଲା। କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିବା ଜାଣା ପଡ଼ିଛି । ପ୍ରଥମେ ସେମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ସ୍ଥିତି ଅଧିକ ବିଗିଡିବାରୁ କିଛି ପିଲାଙ୍କୁ ପୁରୀ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଘଟଣା ତଦନ୍ତ କରାଯାଇ, ଏହି ଘଟଣାର କାରଣ ଖୋଜା ଚାଲିଛି। କଣ ପାଇଁ କେମିତି ଏଭଳି ଏକ ପରିସ୍ଥିତି ଉପୁଜିଛି।

Leave A Reply

Your email address will not be published.