ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ମୁଁ ନୁହଁ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ CM ମୋହନ।‘ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ମୁଁ ନୁହଁ’।‘ବିଗତ ୨୪ ବର୍ଷରେ ପୂର୍ବ ସରକାର ଗଣମାଧ୍ୟମକୁ ଖୋଲା ଉତ୍ତର ଦେଇନାହାନ୍ତି’। ‘ମୁଁ ଖୋଲା ସାମ୍ବାଦିକ ସମ୍ମିଳନୀରେ ସବୁ ଉତ୍ତର ରଖିଥିଲି’। ‘ଏଠି ସରକାର ଉତ୍ତର ଦେବାକୁ ପ୍ରସ୍ତୁତ, ବିରୋଧୀ ଛତ୍ରଭଙ୍ଗ ଦେଉଛନ୍ତି’।‘କଂଗ୍ରେସ କକ୍ଷ ତ୍ୟାଗ କରିବା କ୍ଷଣି ପଛେ ପଛେ ବିଜେଡି ବିଧାୟକ ଗଲେ’।‘ଚାଲିଯିବା ପାଇଁ ବୋଧେ ବିଜେଡି ମୁଖିଆ ନିର୍ଦ୍ଦେଶ ଦେଇଛନ୍ତି’।‘ଚାଷୀଙ୍କୁ ନେଇ ବିରୋଧୀ ତୁମ୍ବିତୋଫାନ କଲେ ହେଲେ ପଳାୟନୟପନ୍ଥି ସାଜିଲେ’।‘ଯେଉଁଥିପାଇଁ ଆଜି ତାଙ୍କୁ ଲୋକେ ବଙ୍ଗୋପସାଗରରେ ଫୋପାଡ଼ି ଦେଇଛନ୍ତି’।

ଧାନକିଣାରେ ବିଭ୍ରାଟ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଯେଉଁମାନେ ଏପରି ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବିଧାନସବାରୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ୨୪ ବର୍ଷ ସରକାରରେ ଇକୋ ସିଷ୍ଟମ ଆକ୍ଟିଭ ଅଛି। ଧାନ କିଣାରେ କରୁଛନ୍ତି ବ୍ରିଭାଟ। ସେମାନଙ୍କୁ ମୁଁ ଚେତାବନୀ ଦେଉଛି ସୁଧୁରି ଯାଅ। ଏହା ମୋର ପରାମର୍ଶ ନହେଲେ ଚେତାବନୀ ବୋଲି ଭାବିପାର। ସରକାର ଚାଷୀଙ୍କୁ ନ୍ୟାୟ ଦେବାକୁ ଆକ୍ସନ ମୋଡକୁ ଯିବାକୁ ପଛେଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିବୃତ୍ତି ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.