ହିରୋଦଙ୍କୁ ମୋଦିଙ୍କ ପ୍ରଶଂସା

0

ଓଡ଼ିଆ ନ୍ୟୁଜ୍ : ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା।’ମନ୍ କି ବାତ୍’ରେ କ୍ଷୀରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ। ‘ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି’। ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍‌ ହିରୋଦ ପଟେଲ୍। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଆସୁଛନ୍ତି। ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଲେ ମୋଦି।

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ଜଣେ ଯୁବ କୃଷି-ଉଦ୍ୟୋଗୀ ହେଉଛନ୍ତି ହିରୋଦ ପଟେଲ। ଆଇଟିଆଇ ପାଠପଢା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇଛନ୍ତି। ହିରୋଦ ତାଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି ପାଇଛନ୍ତି। ୮ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ମାଛ, ଫଳ, ପନିପରିବା ସହ ଫୁଲ ଚାଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୩୧ ମନ କି ବାତରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.