ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍: ଆକାଶମାର୍ଗରୁ ଆକ୍ରମଣ କଲେ ପାକିସ୍ତାନ ସେନା।ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସେନାର ଆକ୍ରମଣ।ଟିଟିପିର ଆତଙ୍କୀ ଆଡ୍ଡା ଉପରେ ପାକିସ୍ତାନର ସେନାର ଆଟାକ୍।ପାକ୍ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାର ଆକ୍ରମଣ ବାବଦରେ ନିଜ ସୋସିଆଲ ମିଡିଆ ପେଜ୍ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାକ୍ ସେନା ତେହରିକ୍-ଏ-ତାଲିବାନ-ପାକିସ୍ତାନ ଏବଂ ଏହାର କିଛି ସହଯୋଗୀ ସଙ୍ଗଠନର ୭ଟି କ୍ୟାମ୍ପରେ ଆକ୍ରମଣ କରିଛି । ଏଠାରେ କିଛି ଟପ୍ ଆତଙ୍କବାଦୀ ଲୁଚିଥିବା ବାବଦରେ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାସହ ଇସଲାମିକ୍ ଷ୍ଟେଟ୍ ,ସହ ଜଡିତ ଅନ୍ୟ ଏକ ସଙ୍ଗଠନ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟ ଦିଗରେ ପ୍ରକୃତରେ କେଉଁ ଜାଗାରେ ଆକ୍ରମଣ ହୋଇଛି ତାହା ପାକ୍ ପ୍ରକାଶ କରିନାହିଁ । କେବଳ ଆଫଗାନିସ୍ତାନ ଭିତରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଆଫଗାନ୍ ସରକାର ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଅନେକ ମଦ୍ରାସା ଉପରେ ଆକ୍ରମଣ କରିଛି । ଯାହା ନିନ୍ଦନୀୟ । ଏଥିରେ ୧୯ ଜଣ ସାଧାରଣ ଲୋକେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.