ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ପରେ ବରଗଡ଼ କୋର୍ଟକୁ ବୋମା ଧମକ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲ୍ରେ ଆସିଛି ଧମକ। ବୋମା ଧମକ ପରେ କୋର୍ଟ ପରିସରରେ ବୋମା ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ।ଏହା ଜଣାପଡିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲ ମାନେ କୋର୍ଟ ବାହାରକୁ ଆସିଯାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଓ ବମ୍ ସ୍କ୍ୱାଡ୍ ଆସି ତନାଘନା କରିଛନ୍ତି ।
ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ଏପରି ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସି ଆରମ୍ଭ କରିଛି ।