ଦୋଳବେଦୀରେ ଠେଲାପେଲା: ଭକ୍ତ ଆହତ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି। ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଅଘଟଣ। ଉତ୍ତର ପ୍ରଦେଶର ମହିଳା ଜଣଙ୍କ ଘାଗରା ଲାଗିଯିବାରୁ ପଡ଼ି ଯାଇଥିଲେ। ଆହୁରି ୨-୩ ଜଣ ମହିଳା ମଧ୍ୟ ପଡ଼ି ସାମାନ୍ୟ ଆହତ ଥିବା ସୂଚନା।ଆହତ ମହିଳାଙ୍କୁ ହସ୍ପିଟାଲ ନେଇଥିଲା ପୋଲିସ, ଚିକିତ୍ସା ପରେ ଡିସଚାର୍ଜ।

ଠାକୁରଙ୍କ ସହ ଫଗୁ ଓ ଅବିର ଖେଳିବାକୁ ଭକ୍ତମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଥିଲା । ଗହଳି ଯୋଗୁଁ ଠେଲାପେଲାରେ କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତ ମାନେ ତଳେପଡିଥିବା ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ କୌଣସି ଭକ୍ତ ଅସୁସ୍ଥ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.