ଓଡ଼ିଆ ନ୍ୟୁଜ୍: ରଙ୍ଗର ପର୍ବ ହୋଲି । ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି । ପ୍ରସ୍ତୁତି ନେଇ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା । ମିଳିବ ନାହିଁ ମଦ । ଆସନ୍ତାକାଲି ଡ୍ରାଏ ଡେ । ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଦୁଇ ଶହ ହୋମ ଗାର୍ଡ ମଧ୍ୟ ରହିବେ। ଅନ୍ୟ କାହାକୁ ଅସୁବିଧାରେ ପକାଇ ବା ବାଧା ସୃଷ୍ଟି କରି ରଙ୍ଗ ଖେଳନ୍ତୁ ନାହିଁ ।
ପୋଲିସର ବ୍ଲକିଂ, ନାଇଟ ଚେକିଙ୍ଗ ଜାରି ରହିଛି । ଆସନ୍ତାକାଲି ଭୋର୍ ସମୟରୁ ହିଁ ବିଭିନ୍ନ ସ୍ଥାନରେ ଫୋର୍ସ ମୃତୟନ୍ ହେବେ । ଫାୟାର ଏବଂ ଓଡ୍ରାଫ ଟିମ୍ କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଶବ୍ଦ ପ୍ରଦୂଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଙ୍ଗ ଖେଳି ସାରିବା ପରେ ନଦୀକୁ ଯାଆନ୍ତୁ ନାହିଁ, ନଦୀରେ ସ୍ନାନ କରନ୍ତୁ ନାହିଁ ।