ଓଡ଼ିଆ ନ୍ୟୁଜ୍: ଆଜି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ହୋଲି ପାଇଁ ସତର୍କ କରାଇଲେ ପୋଲିସ କମିଶନର। କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା।ମଦୁଆଙ୍କୁ ଧରିବା ପାଇଁ ୮୫ଟି ସ୍ଥାନରେ ବ୍ଲକିଂ ଓ ଚେକିଂ।‘ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ ଗାଧାନ୍ତୁ ନାହିଁ। ‘୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ଅଗ୍ନିଶମ, ଓଡ୍ରାଫ ଟିମ୍ ମୁତୟନ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି।
ଅନ୍ୟପେଟ ହୋଲି ପର୍ବ ଅବସରରେ ଅଘଟଣ ଆଶଙ୍କାରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ଲକିଂ-ଚେକିଂ କରାଯାଇଛି । ଏହାବ୍ୟତୀତ କମିଶନରେଟ୍ ପୋଲିସ ମଧ୍ୟ ମଙ୍ଗଳବାର ରାତିରେ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବିଭିନ୍ନ ଅଞ୍ଚଳର ଗଳି କନ୍ଦି ବୁଲି ପଇଁତରା ମାରୁଛି । ମଙ୍ଗଳବାର ଦିନ ପୋଲିସ କମିଶନର ହୋଲି ବାର୍ତ୍ତା ଦେବା ଅବସରରେ କହିଥିଲେ ଯେ, ଶୁଖ ଶାନ୍ତିରେ ହୋଲି ପାଳନ କରନ୍ତୁ । ଯଦି ହୋଲି ଖେଳ ଅବସରରେ କୌଣସି ଅଘଟଣ ଘଟେ । ତେବେ ଦୋଷୀ ଜେଲ୍ ହେପାଜତରେ ପାଳନ କରିବ ।