ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତା ୫ ଏବଂ ୬ ମାର୍ଚ୍ଚରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ସେ ଭୁବନେଶ୍ୱର, କଟକ ଏବଂ ପାରାଦୀପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଅମିତ ଶାହଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କମିଶନରେଟ ପୋଲିସ ପକ୍ଷରୁ କାରକେଡ ରିହେଲ୍ସେଲ୍ ହୋଇଛି । ଏହି ଅଞ୍ଚଳକୁ ଡ୍ରୋନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ଡିସିପି କହିଛନ୍ତି । ଟ୍ରାଫିକ ଆଡଭାଜରି ମଧ୍ୟ ଜାରି କରାଯାଇଛି । ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।

ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ, ସିଆରପିଏଫ (CRPF) ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ Z+ ବର୍ଗର ସୁରକ୍ଷା ବଳୟ ମଧ୍ୟରେ ରହିବେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଡିସିପି ପଦସ୍ଥ ଅଧିକାରୀ, ୧୨ ଅତିରିକ୍ତ ଡିସିପିଙ୍କ ସହ ୪୧ ଜଣ ଏସିପୀ, ୬୨ ଇନ୍ସପେକ୍ଟର, ୧୬୦ ଜଣ ମହିଳା ପୋଲିସ ଅଧିକାରୀ ଏବଂ ୧୨୦ ରୁ ଅଧିକ ହୋମ୍ ଗାର୍ଡ ମୁତୟନ ହେବେ । ସୂଚନା ମୁତାବକ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୫ ତାରିଖରେ ମୁମ୍ବାଇରୁ ଏକ ସ୍ୱତନ୍ତ୍ର ବିଏସଏଫ (BSF) ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଅମିତ୍ ଶାହା ।

Leave A Reply

Your email address will not be published.