ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

0

ଓଡ଼ିଆ ନ୍ୟୁଜ୍: ଫୁଲେଶ୍ଵରି ବସ୍ତିରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ।ହତ୍ୟାର କାରଣ ଅସ୍ପଷ୍ଟ, ଭରତପୁର ପୋଲିସର ତଦନ୍ତ।ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କୁ ହତ୍ୟା କରିଛି ସ୍ବାମୀ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ । ହତ୍ୟା ପରେ ଘଟଣା ସ୍ଥଳରେ କମିଶନରେଟ ପୋଲିସ । ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ହତ୍ୟା ସ୍ଥଳରେ ପୋଲିସର ଛାନଭିନ । ଭରତପୁର ଥାନା ଟିମ୍ କରୁଛି ତଦନ୍ତ । ଭରତପୁର ଆଇଆଇସିଙ୍କ ସହ ଜୋନାଲ ଏସିପି ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । କିଭଳି ନିଜ ସ୍ତ୍ରୀ କୁ ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ବାମୀ । ସେନେଇ ପୋଲିସ ହତ୍ୟା ସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି ।

Leave A Reply

Your email address will not be published.