ଓଡ଼ିଆ ନ୍ୟୁଜ୍: OTET କେଳେଙ୍କାରୀ; ୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ।ପୂର୍ବତନ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଜାମିନ।ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କୁ ମଧ୍ୟ ଜାମିନ। ଦେଶ ଛାଡ଼ି ନ ଯିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍ଫିଡେନ୍ସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ୧୯ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ତାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଲା । ଯାହା ଫଳରେ ପରୀକ୍ଷା ବାତିଲ ହେଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଅଗଷ୍ଟ ୩ ତାରିଖରେ ଏହି ବୋର୍ଡର ଉପ ସଭାପତି ଥିବା ନିହାର ମହାନ୍ତି ଗିରଫ ହେଲେ । ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲ୍ରେ ଥିଲେ ।