ଓଡ଼ିଆ ନ୍ୟୁଜ୍: ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ।‘ବହୁ ବର୍ଷ ପରେ ଓଡ଼ିଶାରେ ସମଭାବାପନ୍ନ ଦଳମାନେ ଏକାଠି ହେଲେ’।‘ବିଜେଡି-କଂଗ୍ରେସ- ସିପିଏମ୍ ଏକାଠି ହେବା ରାଜନୈତିକ ନିଷ୍ପତ୍ତି’।‘ଆଦରଣୀୟ ନବୀନ ବାବୁଙ୍କ ପ୍ରସ୍ତାବକୁ AICC ଗ୍ରହଣ କଲା’।‘ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ୍ କଲୁ’। ‘ନବୀନ ବାବୁ ସ୍ପଷ୍ଟ ଭାବେ ସମାଜବାଦୀ, ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି’।
ତେଣୁ ଓଡ଼ିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ’।‘ନବୀନ ବାବୁଙ୍କର ନାହି ନ ଥିବା ଲୋକପ୍ରିୟତା ଓଡ଼ିଶାରେ ରହିଛି’।‘ଭୋଟ୍ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁ ଅଧିକରେ ଅଛନ୍ତି’। ‘ନବୀନ ବାବୁଙ୍କ ଏହି ନିଷ୍ପତ୍ତି ବହୁତ ବଡ଼, ପୂର୍ବରୁ ବିଜୁ ବାବୁ ଏପରି କରୁଥିଲେ’। ‘ସେତେବେଳେ ବିଜୁ ବାବୁଙ୍କ ନିଷ୍ପତ୍ତିକୁ ଭାରତ ବର୍ଷ ନେତାମାନେ ଗ୍ରହଣ କରୁଥିଲେ’। ପଞ୍ଚାୟତ ଓ ଅନ୍ୟ ନିର୍ବାଚନ ନେଇ ପରବର୍ତ୍ତୀ ଅବସ୍ଥାରେ ନିଷ୍ପତ୍ତି- ଭକ୍ତ।