ଓଡ଼ିଆ ନ୍ୟୁଜ୍: ଟି୨୦ ବିଶ୍ବକପ ଫାଇନାଲରେ ଭାରତ। ଇଂଲଣ୍ଡକୁ ୭ ରନରେ ହରାଇ କ୍ରମାଗତ ଫାଇନାଲରେ ଭାରତ।ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ।୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ। ୨୫୪ ରନର ପିଛା କରି ୨୪୬/୭ ରନରେ ସୀମିତ ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୫୩/୭।ସାମସନ ୮୯, ଦୁବେ ୪୩, ଇଶାନ ୩୯। ହାର୍ଦ୍ଦିକଙ୍କ ୨୭ ଓ ତିଲକ ବର୍ମାଙ୍କ ୨୧ ରନ୍।
ବିଜୟ ସହ ସୂର୍ଯ୍ୟବାହିନୀ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ମାର୍ଚ୍ଚ ୮ରେ ଟାଇଟଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ଅନ୍ୟପଟେ ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ବୃଥା ହୋଇଛି। ବେଥେଲ ୧୦୫ ରନ କରିଥିଲେ ହେଁ ଭାରତ ମ୍ୟାଚକୁ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସଞ୍ଜୁ ସାମସନଙ୍କ ୮୯ ରନ ସହ ଶିବମ ଦୁବେଙ୍କ ୪୩ ରନ, ଇଶାନ କିଶନଙ୍କ ୩୯ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲେ। ଆଜିର ସେମି ବିଜୟ ସହ ଭାରତ କ୍ରମାଗତ ଦ୍ଵିତୀୟ ଥର ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ୨୦୨୪ ଟି-୨୦ ବିଶ୍ଵକପ୍ ଫାଇନାଲ୍ ଖେଳିଥିଲା ଭାରତ।
ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନ ଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। ମ୍ୟାଚ୍ ପୂରା ସଂଘର୍ଷପୂର୍ଣ୍ଣ ରୂପ ନେଇ ଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। ମ୍ୟାଚ୍ ପୂରା ସଂଘର୍ଷପୂର୍ଣ୍ଣ ରୂପ ନେଇ ଥିଲା। ପ୍ରତିଟି ବଲରେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ସାମ କରନଙ୍କ ସହ ମିଶି ଜାକବ ବେଥେଲ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ।