ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ଅନୁଜ ଅଗ୍ନିହୋତ୍ରୀ ସିଭିଲ୍ ସର୍ଭିସ୍ ଟପ୍ପର।ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍‌, ତୃତୀୟରେ ଆକାଂଶ ଧୂଲ୍‌।ଚତୁର୍ଥରେ ରାଘବ ଝୁନ୍‌ଝୁନ୍‌ୱାଲା, ପଞ୍ଚମରେ ଇଶାନ ଭଟ୍ଟନାଗର। ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ।ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ୱଳ ପ୍ରିୟଙ୍କ।

ଅନେକ ପ୍ରାର୍ଥୀ ପ୍ରଥମ ପ୍ରୟାସରେ ଆଇପିଏସ୍, ଆଇଆରଏସ୍ ଅଥବା ଅନ୍ୟ ଗ୍ରୁପ-ଏ ସେବା ଲାଗି ଉତୀର୍ଣ୍ଣ ହୋଇଯାଇଥାନ୍ତି, ହେଲେ ଆଇଏଏସ ପାଇ ନଥିବାରୁ ସନ୍ତୁଷ୍ଟ ହୋଇ ନଥାନ୍ତି। ଏଣୁ ସେମାନେ ପ୍ରାୟତଃ ପରବର୍ତ୍ତି ବର୍ଷ ପୁଣି ପରୀକ୍ଷା ଦେଇଥାନ୍ତି ଓ ଭଲ ରାଙ୍କ ଆଣି ଆଇଏଏସ ହେବାକୁ ଚେଷ୍ଟା କରିଥାନ୍ତି। ଏହାକୁ ‘ରାଙ୍କ ଇମ୍ପ୍ରୁଭମେଣ୍ଟ’ କୁହାଯାଏ। ଏଥର ୟୁପିଏସସି ରେଜଲ୍ଟରେ ଏପରି ୩୯ ଜଣ ଅଛନ୍ତି ଯେଉଁମାନେ ସେମାନଙ୍କ ରାଙ୍କ ସୁଧାର କରିଛନ୍ତି। ଉଦାହରଣ ରୂପେ ଗତବର୍ଷ ତୃତୀୟ ସ୍ଥାନ ପାଇଥିବା ଆକାଙକ୍ଷା ଧୂଲ ଗତ ୨ ବର୍ଷ ହେଲା ଲିଷ୍ଟରେ ଥିଲେ। ୨୦୨୩ରେ ତାଙ୍କୁ ୩୪୨ ରାଙ୍କ ଓ ୨୦୨୪ରେ ୨୯୫ ରାଙ୍କ ମିଳିଥିଲା ।

ସେହିପରି ଇଶାନ ଆସ୍ଥା ଜୈନ, ଜୀନଶ୍ରୀ ଯଶବନ୍ତ ଚନ୍ଦ୍ର ଓ ଭିନିତ ଲୋହିଦକ୍ଷନଙ୍କ ଭଳି ଅନେକ ନାମ ପୁଣି ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ୟୁପିଏସସି ନୂଆ ନିୟମ ଲାଗୁ କରିଛନ୍ତି, ଯାହା ରାଙ୍କ ସୁଧାର ପ୍ରକ୍ରିୟାକୁ ସୀମିତ କରୁଛି। ଏବେ ଯଦି କୌଣସି ପ୍ରାର୍ଥୀ ପୂର୍ବରୁ ଆଇଏଏସ ଅଥବା ଆଇଏଫଏସ ପାଇଛନ୍ତି ସେ ଇସ୍ତଫା ନ ଦେଇ ଦ୍ୱିତୀୟବାର ପରୀକ୍ଷା ଦେଇ ପାରିବେନି। ଆଇପିଏସ ଅଥବା ଅନ୍ୟ ଗ୍ରୁପ-ଏ ସେବାରେ ମନୋନୀତ ପ୍ରାର୍ଥୀଙ୍କୁ କେବଳ ଥରଟିଏ ରାଙ୍କ ସୁଧାରର ଅବସର ମିଳିବ। ଏହା ପରବର୍ତ୍ତି ପ୍ରୟାସ ନିମନ୍ତେ ତାଙ୍କୁ ଇସ୍ତଫା ଦେବାକୁ ପଡିବ।

Leave A Reply

Your email address will not be published.