ଓଡ଼ିଆ ନ୍ୟୁଜ୍: ଭାରତ ମହାସାଗରକୁ ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ମନ୍ତବ୍ୟ। ନୂଆଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ରାଇସିନା ଡାଏଲଗ୍- ୨୦୧୬ ଆରମ୍ଭ। ବିଶ୍ବର ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇ ରଖୁଛନ୍ତି ମନ୍ତବ୍ୟ। ଭୂରାଜନୀତି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ବ ନେତାଙ୍କ ଆଲୋଚନା। କାହିଁକି ଏକ ଦେଶ ନାମରେ ନାମିତ ହୋଇଛି କହି ଅଭିଭାଷଣ ରଖିଲେ।‘କାରଣ ଭାରତ ମହାସାଗରେ ମଝିରେ ରହିଛି ଆମ ଭୂଖଣ୍ଡ’। ‘ଆମର ଅଭିବୃଦ୍ଧି ସହ ଭାରତ ମହାସାଗରରୁ ଅନ୍ୟ ରାଷ୍ଟ୍ର ମଧ୍ୟ ଉପକୃତ’। ‘ଯେଉଁମାନେ ଆମ ସହ କାମ କରୁଛନ୍ତି, ବେଶୀ ଫାଇଦା ନେଉଛନ୍ତି’।‘ଭାରତର ଉତ୍ଥାନ କେବଳ ଭାରତର ଶକ୍ତି ଦ୍ବାରା ହିଁ ସମ୍ଭବ’।
ଭାରତର ଉତ୍ଥାନ କେବଳ ଭାରତର ଶକ୍ତି ଦ୍ବାରା ହିଁ ସମ୍ଭବ।ଅନ୍ୟମାନଙ୍କ ଭୁଲ ଓ ଦୁର୍ବଳତା ପାଇଁ ଆମର ଉତ୍ଥାନ ନୁହେଁ: ଜୟଶଙ୍କର।ପାଶ୍ଚାତ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପରୋକ୍ଷରେ ଟାର୍ଗେଟ କଲେ। ଗ୍ଲୋବାଲ ସାଉଥ୍ରେ ଅଗଣତାନ୍ତ୍ରିକ ଶକ୍ତିକୁ ପାଶ୍ଚାତ୍ୟ ରାଷ୍ଟ୍ର ପ୍ରମୋଟ କରୁଛି।‘ଏପରି ବ୍ୟବସ୍ଥାକୁ ଆପଣ ଘରେ ଆପଣାଇ ପାରନ୍ତି, ମାତ୍ର ବାହାରେ ନୁହେଁ’।