୯ ଯାଏ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା । କମିବ ତାପମାତ୍ରା। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ୯ ତାରିଖ ଯାଏ ବର୍ଷା ସମ୍ଭାବନା । ଆଜି ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି। ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ। ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

୨୩ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୨୩ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, କନ୍ଧମାଳ ,ବୌଦ୍ଧ,ସୋନପୁର ,ସମ୍ବଲପୁର ,ବରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ,କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର , ଦେବଗଡ଼, ଅନୁଗୁଳ ,ଢେଙ୍କାନାଳ ,ନୟାଗଡ଼ ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।

Leave A Reply

Your email address will not be published.