ଟି୨୦ ବିଶ୍ୱକପ୍ ଫାଇନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

0

ଓଡ଼ିଆ ନ୍ୟୁଜ୍: ସୁପର ସଣ୍ଡେରେ ସୁପର୍ ଫାଇଟ୍ । ଟି୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଟିମ୍ ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଯୋଜନା କରୁଛି । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଯାହାକୁ ନେଇ ଉତ୍ସାବିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ ।

ରବିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.