ଓଡ଼ିଆ ନ୍ୟୁଜ୍: ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍।ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କହିଲେ ମୋକିମ୍।ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ କହିଲେ। ‘ନୂଆ ଦଳ ଲଞ୍ଚ୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ’।ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା।‘ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ ତଳି ତଳାନ୍ତ କରିଛି’।‘ସେହି ଦଳ ସହ ହାତ ମିଳାଇବା ଅନହୋଲି ଆଲାଏନ୍ସ’।ଏହା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବ- ମୋକିମ।ତାଙ୍କ ଦଳର ଅନେକ ବିଧାୟକ ଏନେଇ ଅସନ୍ତୁଷ୍ଟ।ନବୀନ ବାବୁଙ୍କ ସାହାରା ବନିଲା କଂଗ୍ରେସ।
ନୂଆ ଦଳର ନାଁ ସ୍ପଷ୍ଟ କଲେ ମୋକିମ୍ । ଦଳର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’ । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲା । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଏ ସମ୍ପର୍କରେ ସ୍ପଷ୍ଟ କଲେ ମହମ୍ମଦ ମୋକିମ୍ । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ଭୁବନେଶ୍ୱରରେ ସମାବେଶ କରିବ । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି କହିଲେ ମୋକିମ୍ ।