ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ

0

ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ କୁବେର ସହକାରୀ ଯନ୍ତ୍ରୀ।ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ବେଳେ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ଏହି ରେଡ୍ ସମୟରେ ତାଙ୍କର ଭୁବନେଶ୍ୱରରେ ପ୍ରାୟ ୮୦୦୦ ବର୍ଗଫୁଟର ଏକ ଚାରି ମହଲା କୋଠା ଏବଂ ଚୌଦ୍ୱାରରେ ୫୨୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଠାବ କରାଯାଇଛି । ଏହା ସହିତ ଭୁବନେଶ୍ୱର ଓ ଚୌଦ୍ୱାରରେ ଦୁଇଟି ଦାମୀ ପ୍ଲଟ୍, ନଗଦ ୪.୪୮ ଲକ୍ଷ ଟଙ୍କା ଏବଂ ପ୍ରାୟ ୩୯.୨୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଜବତ ହୋଇଛି । ଏହି ସମସ୍ତ ସମ୍ପତ୍ତି ତାଙ୍କର ଜ୍ଞାତ ଆୟଠାରୁ ଯଥେଷ୍ଟ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.