ପୁଣି ପୁରୀ କୋର୍ଟକୁ ବୋମା ଧମକ

0

ଓଡ଼ିଆ ନ୍ୟୁଜ୍: ପୁଣି ପୁରୀ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ପୁରୀ ଜିଲ୍ଲା କୋର୍ଟ ଇ-ମେଲ୍ ଜରିଆରେ ଆସିଛି ଧମକ । ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପାଇବା ପରେ ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିଟି ଡିଏସ୍ପିଙ୍କ ତତ୍ତ୍ବାବଧାନରେ ସମୁଦ୍ରକୂଳ ଥାନା ଓ ସାଇବର ଥାନା ପୋଲିସ ସହିତ ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ କୋର୍ଟ ପରିସର ଓ ସମସ୍ତ ସ୍ଥାନକୁ ତନତନ କରି ଯାଞ୍ଚ କରିଥିଲେ।

ବୋମା ଧମକ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ କୋର୍ଟ ପରିସରରେ ଯାଞ୍ଚ ସରିବା ପରେ କୋର୍ଟ କାର୍ଯ୍ୟ ସ୍ବଭାବିକ ହୋଇଥିବା ଦେଖିବାକୁ ମିଳିଛି । ସାଇବର ଥାନା ଘଟଣାର ତଦନ୍ତ କରୁଥିବା ବେଳେ କିଏ ଏବଂ କେଉଁଠାରୁ ଏହି ଇ-ମେଲ୍ ପଠାଇଛି ତା’ର ମଧ୍ୟ ଖୋଳତାଡ଼ କରାଯାଉଛି ।

Leave A Reply

Your email address will not be published.