ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ।୨୪ ଘଣ୍ଟାରେ ଗଲାଣି ୧୩ ଜଣଙ୍କ ଜୀବନ । ରବିବାର ରାତିରେ ବରଗଡରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ସୋମବାର କେନ୍ଦୁଝର ବାଂଶପାଳରେ ୨, ରାଉରକେଲାରେ ୨, କୁଚିଣ୍ତାରେ ୩, ଜଟଣୀରେ ଜଣେ ଏବଂ ବଲାଙ୍ଗିରରେ ଜଣଙ୍କର ସଡକ ଦୁର୍ଘଟଣାରେ ଜୀବବ ଯାଇଛି । କେବଳ ଏତିକି ନୁହେଁ ବିଧାନସଭାରେ ମିଳିଥିବା ସଡକ ଦୁର୍ଘଟଣା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି । ରାଜ୍ୟରେ ୧୦ ବର୍ଷରେ ୫୩ ହଜାର ୪୫୧ ଜଣ ସଡକ ଦୁର୍ଘଟଣାରେ ଜୀବନ ଯାଇଥିବା ବେଳେ ୨୦୨୫ରେ ୬ ହଜାର ୪୮୩ ଜଣଙ୍କ ମୃତ୍ୟୁ ହୋଇଛି ।
ଏପଟେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚୁ ନାହିଁ । ଆମ୍ବୁଲାନ୍ସ ପହଞ୍ଚିବାର ନିର୍ଦ୍ଧିଷ୍ଟ ସମୟ ସୀମା କେତେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସଞ୍ଜୀବ ମଲ୍ଲିକ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ୩୦ ମିନିଟ୍ ଭିତରେ ୧୦୮ ଆମ୍ବୁଲାନ୍ସ ଏବେ ପହଞ୍ଚୁଛି ଆଗକୁ ଏହି ସମୟ ସୀମା କିଭଳି କମ୍ ହେବ ବିଭାଗ ଚେଷ୍ଟା କରୁଛି । ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଆମ୍ବୁଲାନ୍ସରେ ଜିପିଆରଏସ୍ ଲାଗିଛି ।