ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ୍

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। କୋଏମ୍ବାଟୁରଠାରୁ ଧାନବାଦ୍‌କୁ ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର। ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ୍। ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗିର ଦେଇ ଯିବ।ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯିବ। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ।

ତେବେ ଏହି ଅମୃତ ଭାରତ ଟ୍ରେନ୍ ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେପଟେ ରାଜ୍ୟରେ ରେଳ ସଂଯୋଗୀକରଣରେ ଉଲ୍ଲେଖନୀୟ ଭାବରେ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.