ଓଡ଼ିଆ ନ୍ୟୁଜ୍: ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମ୍ସି। କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ। ସୂଚନା ଦେଲେ ବିଏମ୍ସି ମେୟର ସୁଲୋଚନା ଦାଶ। ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ। ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି: ମେୟର। ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ । ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି । କେମିତି ଚାଲିବ ବ୍ୟବସାୟୀ ସେନେଇ ଚିନ୍ତାରେ ଅଛନ୍ତି । ଏପରିକି ଛୋଟ ଛୋଟ ବ୍ୟବସାୟ ଯେମିତି କି ଚା’ଦୋକାନ, ଜଳଖିଆ ଦୋକାନ ଫାଷ୍ଟଫୁଡ଼୍ ଦୋକାନ ଏକପ୍ରକାର ବନ୍ଦ ହୋଇଗଲାଣି । ବିଏମ୍ସି ଏଥିପ୍ରତି ବେଶ୍ ଚିନ୍ତିତ ।
ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଲାଗୁହୋଇଥିଲା କଟକଣା । ସେହି କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା । ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ ଲଗାଯାଉଥିଲା । ତେବେ ଏଭଳି ରନ୍ଧନ ଗ୍ୟାସ୍ ସମସ୍ୟା ଯୋଗୁଁ ଏହି କଟକଣା ହଟିବା ନେଇ ସଙ୍କେତ ଦେଇଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇପାରେ ବିଏମ୍ସି ।