IPL ୨୦୨୬ କ୍ରୀଡ଼ାସୂଚୀ ଜାରି

0

ଓଡ଼ିଆ ନ୍ୟୁଜ୍: ଘୋଷଣା ହେଲା ଆଇପିଏଲ ୨୦୨୬ କ୍ରୀଡ଼ାସୂଚୀ।ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଟି୨୦ କ୍ରୀଡ଼ା ମହାକୁମ୍ଭ।RCB ଓ ସନରାଇଜର୍ସ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ।୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବ। IPL 2026ର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁରେ ଖେଳାଯିବ।

ଦେଶର କିଛି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ IPL 2026 ର ଅବଶିଷ୍ଟ ମ୍ୟାଚ୍ ପାଇଂ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଏପ୍ରିଲ ଓ ମେ ମାସରେ ଭାରତର ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ଆୟୋଗ ଏପ୍ରିଲରେ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶର କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମରେ ନିର୍ବାଚନ ଅନୁଷ୍ଠିତ ହେବ। ଇସିଆଇଙ୍କ ଗୋଷଣା ପରେ ଭୋଟିଂ ତାରିଖକୁ ଦୃଷ୍ଟିରେ ରଖି ବିସିସିଆଇ ନିଜର ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବ।

Leave A Reply

Your email address will not be published.