ନିୟମ ଊର୍ଦ୍ଧ୍ବରେ କେହି ନୁହଁନ୍ତି: ଓମ୍‌ ବିର୍ଲା

0

ଓଡ଼ିଆ ନ୍ୟୁଜ୍: ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଲୋକସଭା।ବାଚସ୍ପତି ଆସନରେ ବସିଲେ ଓମ୍‌ ବିର୍ଲା। ବିରୋଧୀଙ୍କ ପ୍ରତିଟି ଅଭିଯୋଗର ଉତ୍ତର ରଖିଲେ ଓମ୍ ବିର୍ଲା। ନିୟମ ଊର୍ଦ୍ଧ୍ବରେ ଗୃହର କୌଣସି ସଦସ୍ୟ ନୁହଁନ୍ତି କହିଲେ ଓମ୍‌ ବିର୍ଲା।ଗୃହ କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ମୋ ଦାୟିତ୍ବ।ମୁଁ ଗୃହର ଗରିମା ବୃଦ୍ଧି ପାଇଁ ସବୁବେଳେ ଉଦ୍ୟମରତ।ନିରପେକ୍ଷ ଭାବେ ଗୃହ କାର୍ଯ୍ୟ ପରିଚାଳନା ପାଇଁ ସବୁବେଳେ ଚେଷ୍ଟା କରିଛି।ମାଇକ୍ ସୁଇଚ୍‌କୁ ଅଫ୍ କରାଯାଇଥିବା ରାହୁଲଙ୍କ ଅଭିଯୋଗକୁ ବି ଖଣ୍ଡନ କଲେ। ବାଚସ୍ପତିଙ୍କ ଆସନ ନିକଟରେ କୌଣସି ମାଇକ୍ ସୁଇଚ୍ ନଥାଏ।କୌଣସି ସଦସ୍ୟଙ୍କ ପ୍ରତି ମୁଁ ପକ୍ଷପାତିତା କରିନି- ଓମ୍ ବିର୍ଲା।ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ବିରୋଧୀଙ୍କ ମଜଭୁତ୍ କରିବାକୁ ପଡ଼ିବ।

ସେ କହିଛନ୍ତି ଯେ ଲୋକସଭା ନିଜର ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିବ, ତେଣିକି ଏହା କୌଣସି ସଦସ୍ୟଙ୍କୁ ସ୍ୱୀକାର ହେଉ ଅଥବା ନ ହେଉ। ସେ ଏହା ମଧ୍ୟ କହିଛନ୍ତି ଯେ ଗୃହର କାର୍ଯ୍ୟକ୍ରମକୁ ସେ ବିଶ୍ୱସ୍ଥ ଓ ନିରପେକ୍ଷ ଭାବେ ସଞ୍ଚାଳନ କରିବେ। ଏହି ସଦନର କୌଣସି ସଦସ୍ୟ ଏହି ନିୟମ ପରିସରରୁ ବାହାରେ କହିବାର ବିଶେଷାଧିକାର ରଖନ୍ତି ନାହିଁ। ଏହି ଅବସରରେ ବାଚସ୍ପତି ସେହି ସଦସ୍ୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଯେଉଁମାନେ ତାଙ୍କ ପ୍ରତି ବିଶ୍ୱାସ ସ୍ଥାପନ କରିଛନ୍ତି। ସେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ଉଭୟ ତାଙ୍କ ସମର୍ଥନ ଓ ବିରୋଧରେ କହିଛନ୍ତି।

Leave A Reply

Your email address will not be published.