ପୋଖରୀରେ ବୁଡ଼ି ୨ଛାତ୍ରୀ ମୃତ

0

ଓଡ଼ିଆ ନ୍ୟୁଜ୍: ଅରଣ୍ଡୁଆ ଗାଁ ପୋଖରୀରେ ବୁଡ଼ି ୨ ଛାତ୍ରୀ ମୃତ।ସ୍କୁଲ୍‌ରେ ରଙ୍ଗ ଖେଳି ଘରକୁ ଫେରି ଗାଧୋଇ ଯାଇଥିଲେ ୨ ଛାତ୍ରୀ। ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ।ପୋଖରୀରୁ ୨ ଜଣଙ୍କୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର।

ସୂଚନା ଅନୁଯାୟୀ ପରୀକ୍ଷା ସରିବା ପରେ ପାଞ୍ଚ ଜଣ ସାଙ୍ଗ ହୋଇ ସ୍ଥାନୀୟ ମୁନିପୋଖରୀ ଆଡିକୁ ଖେଳିବାକୁ ଯାଇଥିଲେ । ସେଠାରେ ତପଦୀପା ପ୍ରଥମେ ପୋଖରୀରୁ ଶାମୁକା ଖୋଜିବାକୁ ଯାଇଥିଲା । ହେଲେ ତାର ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଗଲା । ପାଖରେ ଥିବା ଅନ୍ନପୂର୍ଣ୍ଣା, ତପଦୀପାର ହାତକୁ ଧରିବାକୁ ଚେଷ୍ଟା କରିଥିଲା । ହେଲେ ସାଙ୍ଗକୁ ବଞ୍ଚାଇବାକୁ ଯାଇ ନିଜେ ପୋଖରୀରେ ପଡ଼ି ଯାଇଥିଲା । ଅନ୍ୟ ପିଲାମାନେ ସଂଗେ ସଂଗେ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ସେମାନେ ପ୍ରଥମେ ତପଦୀପାକୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଅନ୍ନପୂର୍ଣ୍ଣ ମିଳି ନଥିଲା ।

ତପଦୀପାକୁ ବାସୁଦେବପୁର ଡାକ୍ତରଖାନାକୁ ନିଆ ଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ନିଖୋଜ ଥିବା ଅନ୍ନପୂର୍ଣ୍ଣାକୁ ଗାଁଲୋକେ ଖୋଜା ଖୋଜି କରି ନପାଇବାରୁ ବାସୁଦେବପୁର ଅଗ୍ନିଶମ ବାହିନୀକୁ ଖବର କରିଥିଲେ। ଦମକଳ ବାହିନୀ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଅନ୍ନପୂର୍ଣ୍ଣାକୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.