ଓଡ଼ିଆ ନ୍ୟୁଜ୍: ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବାରୁ ମହାସ୍ନାନ।ମହାପ୍ରସାଦ ଆଣିବା ବେଳେ ବୋଝିଆ ଗୋଡ଼ ଖସି ଫାଟିଥିଲା ମୁଣ୍ଡ।ମହାସ୍ନାନ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ବିଳମ୍ବିତ ହେବ ଭିତର କାଠ ଦର୍ଶନ।
ଦୁଇ ଦିନ ତଳେ ନୀଳଚକ୍ରରୁ ଛିଣ୍ଡିଥିଲା ମାନସିକ ବାନା । ଇଏ ମଧ୍ୟପ୍ରାଚ୍ୟରେ ହେଉଥିବା ଯୁଦ୍ଧର ସଙ୍କେତ ନୁହେଁ ତ ? ଏହା ପୂର୍ବରୁ ଲଗାତାର ଦୁଇ ଦିନ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ଦୀର୍ଘ ସମୟ ଧରି ବସିଥିଲା । ପୁଣି ଚିଲ ଉଡିଯିବା ପରେ ଛିଣ୍ଡିଯାଇଥିଲା ମାନସିକ ବାନା । ଆଉ ଏବେ ଗର୍ଭଗୃହରେ ରକ୍ତ ଛିଟା । ଏ କି ପ୍ରକାର ସଙ୍କେତ ?