ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୪୦ ଛୁଇଁଲା ୩ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ।୪୦.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।ସମ୍ବଲପୁର ଓ ଟିଟିଲାଗଡ଼ରେ ତାପାମାତ୍ରା ୪୦ ଡିଗ୍ରୀ। ଭୁବନେଶ୍ବରରେ ପାରଦ ୩୩.୨ ଡିଗ୍ରୀ, କଟକରେ ୩୨.୮।ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୪୦.୬ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୫.୫ ଡିଗ୍ରୀ ସେଲସିଅସ ରହିଛି। କିଛି ଅଞ୍ଚଳରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିଥିବାରୁ ଗରମର ପ୍ରଭାବ ବଢ଼ିବା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୪.୨ ଡିଗ୍ରୀ ଓ ସର୍ବନିମ୍ନ ୨୫.୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ସର୍ବାଧିକ ୩୪ ଡିଗ୍ରୀ ଓ ସର୍ବନିମ୍ନ ୨୨.୬ ଡିଗ୍ରୀ ସେଲସିଅସ ରହିଛି ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର ଓ ଝାରସୁଗୁଡାରେ ହିଟ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି କାଲିଠାରୁ କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ଆଶଙ୍କା ଥିବାବେଳେ ପବନର ବେଗ ଘଣ୍ଟାପିଛା ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।